ନ୍ୟୁଜ ଡେକ୍ସ: ଓଡ଼ିଶା ଗସ୍ତରେ ଦିଲ୍ଲୀ ବିଧାନସଭାର ପ୍ରତିନିଧି ଦଳ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି ପ୍ରତିନିଧି ଟିମ୍ । ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ । ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍ । ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ Neva ଆପ୍ଲିକେସନ ।
ଦିଲ୍ଲୀ ବିଧାନସଭାକୁ ଡେପୁଟେସନରେ ଯିବ ଓଡ଼ିଶା ବିଧାନସଭାର ଟେକ୍ନିକାଲ ଟିମ୍ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରିବା ପାଇଁ ପରାମର୍ଶ ଦେବେ ଓଡ଼ିଶା ବିଧାନସଭାର ଏହି ଟିମ୍ । ଏହି ଅବସରରେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ମୋଦିଙ୍କ ଭିଜନ୍- ଡିଜିଟାଲ ଇଣ୍ଡିଆନ ଏବଂ ଗୋ ଗ୍ରୀନ୍ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରାଯିବ । ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା ।
ଓଡ଼ିଶା ବିଧାନସଭାରେ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର ହେଉଛି । ତେଣୁ ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ମଧ୍ୟ ହେବ ପେପର ଲେସ୍ । ଏହାସହ ଏଥିପାଇଁ ୧୦୦ ଦିନର ଟାର୍ଗେଟ ରଖାଯାଇଛି ।ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ବିଧାନସଭାରେ ବର୍ଷକୁ ୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ହେଉଛି । ତେଣୁ ୫୦୦କେଭିର ସୋଲାର୍ ସିଷ୍ଟମ୍ ଦିଲ୍ଲୀ ବିଧାନସଭା ଛାତରେ ଲଗାଯିବ ।
