Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତ-ପାକିସ୍ତାନ ଟେନସନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ । ଭାରତୀୟ ନୌସେନାରେ ସାମିଲ ହେଲା ୨୬ ନୂଆ ରାଫେଲ । ୨୬ ନୂଆ ରାଫେଲ କିଣିବା ଫ୍ରାନ୍ସ ସହ ଫାଇନାଲ ଚୁକ୍ତି କରିଛି ଭାରତ । ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜଭୁତ କରିବ ।

ଏଥିରେ ୨୨ଟି ସିଣ୍ଡିଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଡବଲ ସିଟର ଟ୍ରେନର ଯୁଦ୍ଧବିମାନ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏନଏସଏ ଅଜିତ୍ ଡୋଭାଲ୍ ଏହି ବୈଠକରେ ଉପସ୍ଥିତ ଥିବା ସୂଚନା ମିଳିଛି। ପାକ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ନିଷ୍ପତି ହୋଇପାରେ।ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ହୋଇଥିବା ୪୦ମିନିଟ୍ ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏହା ପୂର୍ବରୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ସିଡିଏସ୍ ଅନିଲ ଚୌହାନଙ୍କ ସହ ସାକ୍ଷାତ କରିଥିଲେ।

Leave a Reply

Your email address will not be published. Required fields are marked *