Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି ।

ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ସ୍ପେଶାଲ ଡ୍ରାଇଭ୍‌ ହୋଇଥିଲା । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଥିଲା ସ୍ପେଶାଲ ଡ୍ରାଇଭ ।ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ସୂଚନାଥାଉକି, ରବିବାର ଦିନ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖରଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଥିଲା ।

ପ୍ରେସ୍‌ମିଟ୍‌ ସେ କହିଥିଲେ ଯେ, ଗଞ୍ଜାମ ପୋଲିସ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡ଼ା, ଭଞ୍ଜନଗର, ପୋଲସରା, ଚମାଖଣ୍ଡି ଅଞ୍ଚଳରେ ଚଢାଉ କରିଥିଲେ । ଯେଉଁଥିରେ ୧୮ ଜଣ ଅପରାଧୀଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *