Mon. Dec 23rd, 2024

ନ୍ୟୁଜ ଡେସ୍କ: ଜେଲ୍‌ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।

ପୂର୍ବତନ ବିଜେପି ସାଂସଦ କିରିତ୍‌ ସୋମୟାଙ୍କ ପତ୍ନୀ ମେଧା ସୋମୟା ରୁଜୁ କରିଥିବା ମାନହାନୀ ମକଦ୍ଦମାରେ ଅଦାଲତ ସଞ୍ଜୟଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ ।ସୂଚନାଯୋଗ୍ୟ, ମେଧା ସୋମାୟା ତାଙ୍କ ଓକିଲ ବିବେକାନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏଫଆଇଆରରେ ଅଭିଯୋଗ ଆଣିଥିଲେ ଯେ, ସଞ୍ଜୟ ରାଉତ ତାଙ୍କ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ଭିତ୍ତିହୀନ ଏବଂ ସଂପୂର୍ଣ୍ଣ ମାନହାନି ଅଭିଯୋଗ ଆଣିଥିଲେ ।

ରାଉତ ତାଙ୍କ ବିରୋଧରେ ଓ ତାଙ୍କ ଏନ୍ଜିଓ ଯୁବା ପ୍ରତିଷ୍ଠାନ ଉପରେ ୧୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଆଣିଥିଲେ। ଗତ ବର୍ଷ ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦ କୋଟି ଟଙ୍କାର ଦୁର୍ନୀତିରେ ବିଜେପି ନେତା କିରୀଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରୀଟ ସୌମ୍ୟାଙ୍କ ଏନଜିଓ ସମ୍ପୃକ୍ତ ଥିଲା।

ତେବେ ବିଜେପି ନେତା କିରୀଟ ସୌମ୍ୟା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲେ। ଏହା ପରେ ପତ୍ନୀ ମେଧା କିରୀଟ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ବର୍ତ୍ତମାନ ମୁମ୍ବାଇର ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ରାଉତଙ୍କୁ ଏହି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ଦଣ୍ଡିତ କରିଛନ୍ତି ।

Leave a Reply

Your email address will not be published. Required fields are marked *