Sat. Feb 21st, 2026

ନ୍ୟୁଜ ଡେକ୍ସ: ଦାୟିତ୍ୱ ବାଣ୍ଟିଲା ବିଜେଡି । ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ସେଲ୍/ଶାଖାର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହିକ୍ରମରେ ବିଜୁ କୃଷକ ଜନତା ଦଳର ଦାୟିତ୍ୱ ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏଥିରେ ସାତ ଜଣ ବରିଷ୍ଠ ଉପସଭାପତି, ଆଠ ଜଣ ଉପସଭାପତି, ୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ଜଣ ସାଧାରଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ଅନ୍ତର୍ଭୁକ୍ତ।ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ଏବଂ ଚନ୍ଦ୍ର ଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି ଭାବରେ ନିଯୁକ୍ତ କରାଯାଇଛି। ପ୍ରତାପ ଜେନାଙ୍କୁ ଉପସଭାପତି (ମୁଖ୍ୟାଳୟ) ଭାବରେ ନିଯୁକ୍ତ କରାଯାଇଛି।

ଉପସଭାପତି ପଦବୀରେ ନିଯୁକ୍ତ ଅନ୍ୟମାନେ ହେଲେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସ ବର୍ମା, ରବି ନାରାୟଣ ନନ୍ଦ, ଅଶ୍ୱିନୀ ପାତ୍ର ଏବଂ ସାରଦା ପ୍ରସାଦ ନାୟକ।ସେହିପରି କଟକ ମେୟର ସୁଭାଷ ସିଂହ ନୂତନ କୋଷାଧ୍ୟକ୍ଷ ହୋଇଛନ୍ତି। ତେବେ ନବୀନ ପଟ୍ଟନାୟକ ଗତ ମାସରେ ସର୍ବସମ୍ମତିକ୍ରମେ ନବମ ଥର ପାଇଁ ଦଳର ସଭାପତି ଭାବରେ ପୁନଃନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *