Thu. Oct 23rd, 2025

ନ୍ୟୁଜ ଡେକ୍ସ: ଚେତିବାର ଥିଲେ ଚେତିଯିବ। ନହେଲେ ପସ୍ତେଇବ। କିଛି ଏପରି ବାର୍ତ୍ତା ଦେଇ ଏବେ ପାକିସ୍ତାନ ଉପରେ ତାର ପ୍ରତିଶୋଧ ନେଇଛି ଭାରତ। ତ୍ରି-ସେବା ବାହିନୀର ଆକ୍ରମଣରେ, ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶେଇଛି। ୯୦ରୁ ଅଧିକ ଆତଙ୍କିଙ୍କ ନିହତ ହୋଇଥିବା ସୂଚନା ରହିଛି।

ତେବେ ଏହି ବଡ଼ ପ୍ରତିଶୋଧର ନାଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ରଖିଥିଲେ। ଏହି ଅପରେସନ୍ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୨ରେ ପହଲଗାମ୍ ଆକ୍ରମଣର ବିଧବାମାନଙ୍କ ସମ୍ମାନରେ ଏହାକୁ ବ୍ୟକ୍ତିଗତ ଭାବରେ ନାମିତ କରିଛନ୍ତି। ତେବେ ଏହି ମିସନ ଶତ୍ରୁ ପାଇଁ ଏକ ଚେତାବନୀ ନୁହେଁ ବରଂ ଭାରତୀୟ ମହିଳାଙ୍କ ବୀରତ୍ୱ, ତ୍ୟାଗ ଓ ଯନ୍ତ୍ରଣାର ପ୍ରତୀକ ଅପରେସନ ସିନ୍ଦୂର । ପ୍ରତିରକ୍ଷା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ନାମ ପଛରେ ଏକ ଗଭୀର ମାନବୀୟ ଭାବନା ରହିଛି। ପ୍ରକୃତରେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ହନିମୁନ୍ ପାଇଁ ଉପତ୍ୟକାକୁ ଆସିଥିବା ଅନେକ ନବବିବାହିତା ଦମ୍ପତି ଟାର୍ଗେଟରେ ଆସିଥିଲେ।

ଏହି ଆକ୍ରମଣ ଅନେକ ନବବିବାହିତା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇଦେଇଥିଲା । କିନ୍ତୁ ସବୁଠୁ ବଡ କଥା, ଅପରେସନ ସିନ୍ଦୂର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଆଯାଇଥିବା ନେଇ ସୂଚନା ମିଳୁଛି । ପହଲାଗାମରେ ଆକ୍ରମଣ ପରେ ଦିନ ରାତି ଏନେଇ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଘନଘନ ବୈଠକ କରି ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *