ନ୍ୟୁଜ ଡେକ୍ସ: ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତୀୟ ସେନା । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ସଙ୍ଗଠନ ଲସ୍କର -ଏ- ତୋୟବା, ଜୈଶ- ଏ- ମୋହମ୍ମଦ, ଓ ହିଜବୁଲ ମୁଜାହିଦ୍ଦିନର ଠିକଣାଗୁଡିକୁ ଉପରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ନିପାତ କରିଛି ବାୟୁସେନା ।
ଏହି ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି । ‘ପିକ୍ଚର ତୋ ଅଭି ବାକି ହୈ’ ବୋଲି ନରୱଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି । ମନୋଜ ନରଭାଣେଙ୍କ ଏହି ଟ୍ୱିଟ୍ ପରେ ଅନେକ କଳ୍ପନାଜଳ୍ପନା କରାଯାଉଛି। କିଛି ଲୋକଙ୍କ ମତରେ ସେନା ଏବେ ଆହୁରି କଠୋର ପଦକ୍ଷେପ ନେଇପାରେ। ସେହିପରି କିଛି ଲୋକ ପାକିସ୍ତାନକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଅନୁମାନ କରାଯାଉଛି ଯେ ପାକିସ୍ତାନ ଉପରେ ଆହୁରି ବଡ଼ ଆକ୍ସନ ନେଇପାରେ ଭାରତ।
ରିପୋର୍ଟ ଅନୁସାରେ, ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଭାରତୀୟ ସଶସ୍ତ୍ର ବାହିନୀର ଏହି ଅପରେସନ ଉପରେ ନଜର ରଖିଥିଲେ । ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀଙ୍କ ପ୍ରତିଶୋଧ ନେଇଛି ଭାରତୀୟ ସେନା ।
