Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ବରରେ କାଲିଠାରୁ ଆରମ୍ଭ ହେବ ‘ସିନ୍ଦୂର ଯାତ୍ରା’। ମିଶନ ଶକ୍ତି ପକ୍ଷରୁ ଆରମ୍ଭ ହେବ ଏହି ‘ସିନ୍ଦୂର ଯାତ୍ରା’ ।

ଆସନ୍ତାକାଲି ଅପରାହ୍ନ ୫ଟାରେ ‘ଅପରେସନ ସିନ୍ଦୁର’ ରେ ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ସାହସକୁ ସମ୍ମାନ ଜଣାଇ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ସିନ୍ଦୂର ଯାତ୍ରା”ର ଆୟୋଜନ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗିରିଦୁର୍ଗା ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ମାନ୍ୟବର ମନ୍ତ୍ରୀବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ।

ଓଡିଶାର ପ୍ରମୁଖ ମହିଳା ବ୍ୟକ୍ତିତ୍ୱ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିବେ । ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଦ୍ବାରା ‘ଅପରେସନ ସିନ୍ଦୂର’ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ପାକିସ୍ତାନର 100 ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *