Sat. Feb 21st, 2026

ନ୍ୟୁଜ ଡେକ୍ସ: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି । ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ ରାହୁଲଙ୍କୁ । ରାହୁଲଙ୍କ ବିରୋଧରେ କୋର୍ଟ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି । ମାନହାନୀ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି ।

ଏଥିରୁ ବର୍ତିବା ପାଇଁ ରାହୁଲଙ୍କ ଓକିଲ କୋର୍ଟରେ ଏକ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିବା ସହ ସାଂସଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଆଇନଜୀବୀ କେଶବ ପ୍ରସାଦ କହିଛନ୍ତି ଯେ ୨୮ ମାର୍ଚ୍ଚ ୨୦୧୮ରେ କଂଗ୍ରେସ ଅଧିବେଶନରେ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

ଯାହାପରେ ବିଜେପି ନେତା ପ୍ରତାପ କୁମାର ୯ ଜୁଲାଇ ୨୦୧୮ରେ ଚାଇବାସା ସିଜେଏମ କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମୁକଦ୍ଦମା କରିଥିଲେ। ତେବେ ଗୁରୁବାର ଦିନ କୋର୍ଟ ସେହି ମାମଲା ର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *