ନ୍ୟୁଜ ଡେକ୍ସ: ପାକିସ୍ତାନକୁ ଲାଗିଥିବା ରାଜ୍ୟରେ ଗୁରୁବାରଠାରୁ ଆରମ୍ଭ ହେବ ମକଡ୍ରିଲ୍। ଏହି ମକ୍ ଡ୍ରିଲ୍ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କଶ୍ମୀରରେ ହେବ। ଏହି ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସରକାର ଏହି ୪ଟି ରାଜ୍ୟରେ ମକ୍ ଡ୍ରିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି। କାରଣ ଏହା ପାକିସ୍ତାନରର ସୀମାକୁ ଲାଗିକି ଅଛି।
ଏବେ ଏହି ମକ୍ ଡ୍ରିଲ୍ ଘୋଷଣା ପରେ ପୁଣି ଥରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି, ସେନେଇ ସାଧାରଣରେ ଅନୁମାନ କରାଯାଉଛି। କାରଣ ଗତ ଥର ମଧ୍ୟ ମକ୍ ଡ୍ରିଲ୍ ଘୋଷଣା ପରେ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର କରାଯାଇଥିଲା। ଯେଉଁଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମେ ୨୯ରେ ହେବାକୁ ଥିବା ମକ୍ ଡ୍ରିଲରେ ନାଗରିକ ସୁରକ୍ଷାକୁ ନେଇ ପ୍ରସ୍ତୁତି ସମୀକ୍ଷା କରାଯିବ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ ତାହା ଦେଖାଯିବ। ତେବେ ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଏଭଳି ପରିସ୍ଥିତିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସୂଚନା ଦିଆଯାଇଛି।
