ନ୍ୟୁଜ ଡେକ୍ସ: ଖାଇବାବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲି ଫୁଙ୍କାରେ ବାଡ଼େଇ ମାରିଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଉଦଳା ଥାନା କୁଟଲିଂ ବନ୍ଧ ସାହି ଗ୍ରାମରେ । ମୃତକ ହେଲେ ବାସନ୍ତୀ ବାସ୍କେ ।
ସୂଚନା ମୁତାବକ, ମଙ୍ଗଳବାର ମଧ୍ୟାହ୍ନରେ କାମ ସାରି ଘରକୁ ଫେରି ଖାଇବାକୁ ବସିଥିଲେ ଲମା ବାସ୍କେ । । ସ୍ତ୍ରୀ ବାସନ୍ତୀ ବାସ୍କେ ଖାଇବାକୁ ଭାତ ଏବଂ ତରକାରୀ ବାଢି ଦେଇଥିଲେ । ହେଲେ ସେ ଆଣିଥିବା ଅଣ୍ଡାର ତରକାରୀ ମାଗିଥିଲେ ଲମା । ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।
ତା’ ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରି ପରେ ଚୁଲିଫୁଙ୍କାରେ ବାସନ୍ତୀର ମୁଣ୍ଡରେ ଆଘାତ କରିଥିଲା ସ୍ୱାମୀ ଲମା । ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି।
