ନ୍ୟୁଜ ଡେକ୍ସ: ତୀବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶ(୧୪) ଦଲାଇ ଲାମା ତେନଜିନ ଗ୍ୟାତସୋ ତାଙ୍କ ଉତ୍ତରାଧିକାରୀ ଚୟନ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ପରଲୋକ ପରେ ଉତ୍ତରାଧିକାରୀ ଚୟନ ତୀବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ହେବ ଓ ଏହି ପ୍ରକ୍ରିୟାରେ ଚୀନର କୌଣସି ଭୂମିକା ରହିବ ନାହିଁ।
ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଚୟନର ଦାୟିତ୍ୱ ‘ଗାଦେନ ଫୋଡରଙ୍ଗ ଟ୍ରଷ୍ଟ’ ଉପରେ ନ୍ୟସ୍ତ କରିଛନ୍ତି। ସେ ୧୪ ତମ ଦଲାଇଲାମା ଏବଂ ତାଙ୍କ ଉତ୍ତରାଧିକାରୀ ୧୫ ତମ ଲାମା ଭାବରେ ଜଣାଯିବେ। ଦଲାଇ ଲାମାଙ୍କୁ ଚୟନ କରିବାର ଏହି ପ୍ରଥା ୬୦୦ ବର୍ଷ ଧରି ଚାଲିଆସୁଛି। ଆଉ ଏବେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଉତ୍ତରାଧିକାରୀ କେବେ ନିର୍ବାଚିତ ହେବେ। ସୂଚନା ଅନୁଯାୟୀ, ଦଲାଇ ଲାମା କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ନୂତନ ଦଲାଇ ଲାମା ନିର୍ବାଚିତ ହେବେ। ଏହା ସହିତ ଦଲାଇ ଲାମା ଉତ୍ତରାଧିକାରୀ ଚୟନ ସମ୍ପର୍କରେ ଚୀନକୁ ମଧ୍ୟ ଟାର୍ଗେଟ କରିଛନ୍ତି।
ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଚୟନରେ ଚୀନର ସମ୍ପୃକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦଲାଇ ଲାମା ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମୁଁ ପୁଣି ଥରେ ଜଣାଇ ଦେଉଛି ଯେ ଗାଡେନ୍ ଫୋଡ୍ରଙ୍ଗ ଟ୍ରଷ୍ଟ ହେଉଛି ଏକମାତ୍ର, ଯାହାର ଭବିଷ୍ୟତର ପୁନର୍ଜନ୍ମ (ଦଲାଇ ଲାମାଙ୍କ ଚୟନ)କୁ ସ୍ୱୀକୃତି ଦେବାର ଅଧିକାର ଅଛି। ଏହି ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ କରିବାର ଅଧିକାର ନାହିଁ।
