ନ୍ୟୁଜ ଡେକ୍ସ : ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ସିରମୋର ଜିଲ୍ଲାର ଶିଲାଇ ଗାଁର ପ୍ରଦୀପ ନେଗୀ ଓ କପିଲ ନେଗୀ କହ୍ନାଟ ଗାଁର ଯୁବତୀ ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି। ଏହି ଅଞ୍ଚଳରେ ଅବଶ୍ୟ ଏଭଳି ବିବାହ ଆଦୌ ନୂଆ ନୁହଁ। ଏଠାରେ ଏଭଳି ବିବାହର ପରମ୍ପରା ରହିଆସିଛି। ଏହି ପରମ୍ପରାକୁ ବହୁପତି ବିବାହ କୁହାଯାଇଥାଏ।
ଯାହା ପ୍ରାୟ ୭୦ରୁ ୮୦ ଦଶକ ଧରି ଚାଲିଆସୁଛି । ହେଲେ ଏଠିକାର କିଛି ଲୋକ ଆଧୁନିକତାର ଧାରା ପରିବର୍ତ୍ତନ ହୋଇଛନ୍ତି । କିନ୍ତୁ ଏବେ ପୁଣି ଥରେ ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଶିଲାଇ ଅଞ୍ଚଳରେ ପ୍ରାଚୀନ ବହୁପତି ପ୍ରଥା ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଦୁଇ ଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି । ସିରମୌର ଜିଲ୍ଲାର ଟ୍ରାନ୍ସ-ଗିରି ଅଞ୍ଚଳରେ ଜୁଲାଇ ୧୨ରେ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିବା ଏହି ବିବାହ ଉତ୍ସବରେ ଲୋକମାନେ ସ୍ଥାନୀୟ ଲୋକଗୀତ ଏବଂ ନୃତ୍ୟର ମଜା ନେଇଥିଲେ ।
ଶିଲାଇ ଗାଁର ହାଟ୍ଟି ଜନଜାତିର ଦୁଇ ଭାଇ ପ୍ରଦୀପ ନେଗି ଏବଂ କପିଳ ନେଗି, କୁନହାଟ ଗାଁର ସୁନିତା ଚୌହାନଙ୍କୁ ବିବହା କରିଛନ୍ତି । ବିବାହ ଉତ୍ସବର ଭିଡିଓ ଇଣ୍ଟରନେଟରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଇ ଜଳ ଶକ୍ତି ବିଭାଗରେ କାର୍ଯ୍ୟରତ, ଯେତେବେଳେ ଅନ୍ୟ ଜଣେ ଭାଇ ବିଦେଶରେ କାମ କରନ୍ତି। ଏହାକୁ ନେଇ ଜଣେ ବର କହିଛନ୍ତି, ଆମେ ସର୍ବଦା ସ୍ୱଚ୍ଛତାରେ ବିଶ୍ୱାସ କରିଆସିଛୁ। ମୁଁ ବିଦେଶରେ ରହୁଥିଲି କିନ୍ତୁ ଏହି ବିବାହ ମାଧ୍ୟମରେ ମୁଁ ଏକ ମିଳିତ ପରିବାର ଭାବରେ ମୋ ସ୍ତ୍ରୀ ପାଇଁ ସମର୍ଥନ, ସ୍ଥିରତା ଏବଂ ପ୍ରେମ ସୁନିଶ୍ଚିତ କରିଛି।
କନ୍ୟା ସୁନିତା ଚୌହାନ କହିଛନ୍ତି ଯେ ସେ କୌଣସି ଚାପ ବିନା ଏହି ନିଷ୍ପତ୍ତି ନେଇଛନ୍ତି। ଉଭୟ ବର ପ୍ରଦୀପ ଏବଂ କପିଲ ନେଗି ମଧ୍ୟ କହିଛନ୍ତି ଯେ ସେମାନଙ୍କର ନିଷ୍ପତ୍ତି କୌଣସି ଚାପ ବିନା ନିଆଯାଇଛି ।ହିମାଚଳ ପ୍ରଦେଶ-ଉତ୍ତରାଖଣ୍ଡ ସୀମାରେ ରହୁଥିବା ହାଟ୍ଟି ସମ୍ପ୍ରଦାୟକୁ ତିନି ବର୍ଷ ପୂର୍ବେ ଅନୁସୂଚିତ ଜନଜାତି ଘୋଷଣା କରାଯାଇଥିଲା। ଏହି ଜନଜାତିରେ ବହୁପତ୍ନୀ ପ୍ରଥା ଶତାବ୍ଦୀ ଧରି ପ୍ରଚଳିତ। ଯେଉଁଠି ଗୋଟିଏ ପରିବାରରେ ଯେତେ ବି ଭାଇ ଥିବା ସମସ୍ତେ ଗୋଟିଏ ଝିଅକୁ ବିବାହ କରିବେ ।
