Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍ ଦିଆଯାଇନି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ (ସେକେଣ୍ଡ ଭଲ୍ୟୁମ୍)ରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ ସ୍ଥାନିତ ହେବ । ସୋସିଆଲ ମିଡିଆ ପୋଷ୍ଟରେ ନବୀନ ଲେଖିଛନ୍ତି, “ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (@ncert) ଏହାର ପାଠ୍ୟପୁସ୍ତକରୁ #ଓଡିଶାର ପାଇକ ବିଦ୍ରୋହକୁ ବାଦ ଦେଇଥିବା ଜାଣି ଗଭୀର ଚିନ୍ତିତ।

ପାଇକ ବିଦ୍ରୋହ ଓଡ଼ିଶାର ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା କାରଣ ଆମର ସାହସୀ ପାଇକମାନେ ୧୮୧୭ ମସିହାରେ ଅତ୍ୟାଚାରୀ ବ୍ରିଟିଶ ବିରୁଦ୍ଧରେ ଅସାଧାରଣ ସାହସର ସହିତ ଲଢ଼ିଥିଲେ।” ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ଅତୀତର ପ୍ରୟାସଗୁଡ଼ିକ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି, ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଭାବରେ ଘୋଷଣା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ପାଇକମାନେ ଅତୁଳନୀୟ ସାହସର ସହିତ ବିଦେଶୀ, ଔପନିବେଶିକ ଶାସନର ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା ପାଇଁ ଏକାଠି ହୋଇଥିଲେ। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ NCERT ପାଠ୍ୟପୁସ୍ତକରୁ ମହାକାବ୍ୟ ବିଦ୍ରୋହକୁ ବାଦ ଦିଆଯିବା, ଯାହା ବିଦ୍ରୋହର ୨୦୦ ବର୍ଷ ପରେ ଆମର ସାହସୀ ପାଇକମାନଙ୍କ ପାଇଁ ଏକ ବଡ଼ ଅପମାନ, ଯାହା ବ୍ରିଟିଶ ଶାସନ ବିରୁଦ୍ଧରେ ଜନ ଆନ୍ଦୋଳନର ମଶାଲବାହକ ହୋଇଥିଲା।”ଇଣ୍ଡିଆ ଆଣ୍ଡ ବିୟଣ୍ଡ’ରେ ଦି କଲୋନିଆଲ୍ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା ।

ଏହାକୁ ନେଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏନ୍ସିଇଆର୍ଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି, ପ୍ରକାଶିତ ପାଠ୍ୟପୁସ୍ତକ ହେଉଛି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନର ପ୍ରଥମ ଖଣ୍ଡ (ଭଲ୍ୟୁମ୍-୧) । ଏହାର ଦ୍ୱିତୀୟ ଖଣ୍ଡ ଆସନ୍ତା ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ପ୍ରକାଶିତ ହେବ । ଏହି ଦ୍ୱିତୀୟ ଖଣ୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଓ ଆନ୍ଦୋଳନକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁସଂଗଠିତ ଢଙ୍ଗରେ ଉପସ୍ଥାପନ କରାଯିବ । ଏଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପାଇକ ବିଦ୍ରୋହ ବିଷୟ ବିସ୍ତୃତ ଭାବେ ରହିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଦେଶର ସମୃଦ୍ଧ ଐତିହାସିକ ଓ ସାଂସ୍କୃତିକ ବିବିଧତା ସଂପର୍କରେ ଆହୁରି ଗଭୀର ଜ୍ଞାନ ଲାଭ କରିପାରିବେ ବୋଲି ଏନ୍ସିଇଆର୍ଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

Leave a Reply

Your email address will not be published. Required fields are marked *