Thu. Oct 23rd, 2025

ନ୍ୟୁଜ ଡେକ୍ସ : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା। ସେ କହିଛନ୍ତି, ୨ ଜଣ ଏକ୍ସପର୍ଟ ଦେବା ପାଇଁ ସରକାର ଆରବିଆଇକୁ ଚିଠି ଲେଖିଥିଲେ। ଆରବିଆଇ ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ ନାମ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ।

କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ।ସେ ପ୍ରକ୍ରିୟା ସରିବା ପରେ RBI ଅଧିକାରୀଙ୍କୁ ତାରିଖ ଜଣାଯିବ। ଏହାପରେ ଏକ୍ସପର୍ଟ ଆସି ଗଣତିମଣତି କରିବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ନେଇ ଆରବିଆଇ ଦୁଇ ଜଣ ବିଶେଷଜ୍ଞଙ୍କୁ ମନୋନୀତ କରି ଆମକୁ ଜଣାଇଛନ୍ତି। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ। ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚସ୍ତରୀୟ କମିଟି ରତ୍ନଗୁଡ଼ିକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବେ ।

ତାହା ପରେ ତାରିଖ ନିର୍ଦ୍ଧାରଣ କରି ଆରବିଆଇର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତିମଣତି ହେବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ। ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚସ୍ତରୀୟ କମିଟି ରତ୍ନଗୁଡ଼ିକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବେ। ତାହା ପରେ ତାରିଖ ନିର୍ଦ୍ଧାରଣ କରି ଆରବିଆଇର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତିମଣତି ହେବ।

Leave a Reply

Your email address will not be published. Required fields are marked *