Thu. Oct 23rd, 2025

ନ୍ୟୁଜ ଡେକ୍ସ : ଘଞ୍ଚ ଜଙ୍ଗଲର ରାଣୀ। ୨୪ ଘଣ୍ଟିଆ ଦିଅନ୍ତି ପହରା। ଭାରତର ଲେଡି ତାର୍ଜନ ପଦ୍ମଶ୍ରୀ ଯମୁନା ଟୁଡୁ। ପରିବେଶ ସୁରକ୍ଷାର ସେ ନାୟିକା। ସ୍ୱାଧୀନତା ଦିବସରେ ରାତ୍ରଭୋଜନ ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ। ଭାରତୀୟ ଡାକ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥାରେ ନୂଆଦିଲ୍ଲୀରୁ ଚାକୁଲିଆକୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପହଞ୍ଚାଇଛି।

ତାଙ୍କୁ ପଠାଯାଇଥିବା ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଅଛି ଯେ ଅଗଷ୍ଟ ୧୫ ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ରାତ୍ରୀଭୋଜନରେ ଯମୁନା ଟୁଡୁଙ୍କୁ ଯୋଗ ଦେବାକୁ କୁହାଯାଇଛି।ଯାହାକୁ ନେଇ ଏବେ ଆତ୍ମହରା ହୋଇପଡିଛନ୍ତି ଜମୁନା । ଏନେଇ ଯମୁନା କହିଛନ୍ତି, ଯେତେବେଳେ ସେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଲେ, ସେ ଭାବପ୍ରବଣ ହୋଇଗଲେ। ସେ ଏହି ନିମନ୍ତ୍ରଣକୁ ଏକ ବଡ଼ ଆନନ୍ଦ ଏବଂ ସମ୍ମାନ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଏହି ନିମନ୍ତ୍ରଣ କେବଳ ମୋ ପାଇଁ ନୁହେଁ, ବରଂ ପରିବେଶ ବଞ୍ଚାଇବା ପାଇଁ ଲଢ଼ୁଥିବା ପ୍ରତ୍ୟେକ ମହିଳା ଏବଂ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ । ମୁଁ ଭାରତୀୟ ଡାକ ବିଭାଗକୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଏହି ସମ୍ମାନ ମୋ ଘରକୁ ପହଞ୍ଚାଇଛନ୍ତି ।

ତେବେ୧୯୮୦ ମସିହାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଜଣେ ଚାଷୀ ପିତାଙ୍କ ଘରେ ଜନ୍ମଗ୍ରହଣ କରିଥିବା ଯମୁନା ଟୁଡୁ ତାଙ୍କ ପ୍ରାରମ୍ଭିକ ଜୀବନର ଅଧିକାଂଶ ସମୟ ଜଙ୍ଗଲ ଛାଇରେ ବିତାଇଛନ୍ତି । ବିବାହ ପରେ, ସେ ଝାଡ଼ଖଣ୍ଡ ଆସିଥିଲେ ଏବଂ ଏଠାରେ ବେଆଇନ ଗଛ କଟା ଦେଖି ବ୍ୟଥିତ ହୋଇଥିଲେ, ତା’ପରେ ଯମୁନା ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ ହେବାରୁ ରକ୍ଷା କରିଥିଲେ ଏବଂ ଗଛ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ୧୦,୦୦୦ରୁ ଅଧିକ ମହିଳାଙ୍କୁ ଏକତ୍ର କରିଥିଲେ, ଏହା ସହିତ ତାଙ୍କ ଗାଁର ମହିଳାଙ୍କୁ ପରିବେଶଗତ ସମସ୍ୟା ବିଷୟରେ ଶିକ୍ଷା ଦେଇଥିଲେ।

ଝାଡ଼ଖଣ୍ଡରେ କାଠ ମାଫିଆ ଏବଂ ନକ୍ସଲବାଦୀମାନଙ୍କୁ ମୁକାବିଲା କରିବା ପାଇଁ ‘ଲେଡି ଟାର୍ଜନ’ ଭାବରେ ଜଣାଶୁଣା, ୪୨ ବର୍ଷୀୟା ଟୁଡୁ ‘ବନ ସୁରକ୍ଷା ସମିତି’ର ପ୍ରତିଷ୍ଠାତା ମଧ୍ୟ, ଯାହା ଝାଡ଼ଖଣ୍ଡର ତାଙ୍କ ଗାଁ ପାଖରେ ବେଆଇନ ଗଛ କଟା ବନ୍ଦ କରିଥିଲା ଏବଂ ୨୦୧୭ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।

Leave a Reply

Your email address will not be published. Required fields are marked *