ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ଅର୍ଥାତ ଆଜି ଲାଲକିଲ୍ଲାରୁ ଯୁବପିଢ଼ିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେ ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ନାମରେ ଆରମ୍ଭ କରାଯାଇଛି ।
ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଏହାକୁ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ନାମରେ ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ଯୁବପିଢ଼ିଙ୍କୁ ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ। ‘ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା’ ଅଧୀନରେ, ସରକାର ସେହି କମ୍ପାନି ଏବଂ ବ୍ୟବସାୟଗୁଡ଼ିକୁ ସବସିଡି ପ୍ରଦାନ କରିବେ ଯେଉଁମାନେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବେ।
କମ୍ପାନିଗୁଡ଼ିକୁ ସବସିଡି ଦେବା ସହିତ, ସରକାର ପ୍ରଥମ ଥର ପାଇଁ ଘରୋଇ କ୍ଷେତ୍ରରେ କାମ କରୁଥିବା ଯୁବକ-ଯୁବତୀମାନଙ୍କୁ ୧୫ହଜାର ଟଙ୍କା ମଧ୍ୟ ଦେବେ। ଏହି ଯୋଜନା ଦେଶରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଯୋଜନା ବିଶେଷକରି ଯୁବପିଢ଼ି, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉତ୍ପାଦନ, ସେବା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ବୃଦ୍ଧି ଉପରେ ଧ୍ୟାନ ଦେବ।

