ନ୍ୟୁଜ ଡେକ୍ସ : ନୂଆପଡ଼ାରେ ମହିଳା କନଷ୍ଟେବଲଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ ।ଯେଉଁଥିରେ ସେ ଶାଶୁଘର ନିର୍ଯାତନା ସମ୍ପର୍କରେ ସବୁ କଥା କହିଛନ୍ତି ।
ଜାରି ଭିଡିଓରେ ସେ କହିଛନ୍ତି, ସବୁବେଳେ ମୋତେ ଟର୍ଚର କଲେ ମୋ ସ୍ୱାମୀ । ସବୁବେଳେ ଝଗଡ଼ା କଲେ, ଡ୍ୟୁଟିରୁ ଆସିବା ପରେ ମୋତେ ରାତିରେ ବହୁତ କଥା କୁହନ୍ତି ।ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ରହିଛି । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ ।ନୂଆପଡ଼ା ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନରେ ଭର୍ତ୍ତି କରାଇଛନ୍ତି ।ତେବେ ମହିଳା ପୋଲିସ କର୍ମଚାରୀ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ମୃତ୍ୟୁ ପାଇଁ ସ୍ବାମୀ ଚୁଡ଼ାମଣି ଓ ଶାଶୁ ମାଳତି ଦାୟୀ ବୋଲି କହିଛନ୍ତି ।
ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଏହି ଭିଡ଼ିଓ ବାର୍ତ୍ତାରେ ସେ ନିବେଦନ କରିଛନ୍ତି । ଦୀର୍ଘ ଦିନ ହେବ ତାଙ୍କୁ ସ୍ୱାମୀ ଓ ଶାଶୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।ଘଟଣାକୁ ଗୁରୁତର ନେଇ ନୂଆପଡା ଏସପି ତଦନ୍ତ କରିବା ସହ ମୃତ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି।
