Thu. Oct 23rd, 2025

ନ୍ୟୁଜ ଡେକ୍ସ : କଟକ ଷ୍ଟେସନରେ ଅଘଟଣ। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡିଲା ସେଡ୍। କ୍ଷୟକ୍ଷତି କଣ ଘଟିଛି ତାହାର ସୂଚନା ଜଣାପଡି ନାହିଁ। ପ୍ଲାଟଫର୍ମ ନଂ ୧ରେ ଏଭଳି ଅଘଟଣ ଘଟିଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଷ୍ଟେସନ ନବୀକରଣ କାମ ଚାଲୁଥିବା ବେଳେ ସେଡ୍ଟି ଭୁଶୁଡ଼ି ପଡିଛି । ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ ଘଟିଥିଲା । ଯାହାଫଳରେ ପ୍ଲାଟଫର୍ମ ୧ ଏବଂ ୨ରେ ଅସ୍ଥାୟୀ ଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

“ଏହି ଘଟଣାରେ କୌଣସି ଆହତ କିମ୍ବା ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ।ଅପରପକ୍ଷରେ ମରାମତି କାର୍ଯ୍ୟ ପୂର୍ବରୁ ଚାଲିଛି। ଖୁବଶୀଘ୍ର ଲାଇନଗୁଡ଼ିକ ସଫା ହୋଇଯିବ ବୋଲି ଆଶା କରାଯାଉଥିବା ନେଇ ରେଳବାଇ ପକ୍ଷରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *