Sat. Feb 21st, 2026

ନ୍ୟୁଜ ଡେକ୍ସ : ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟରେ କିଛି ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି।କାରଣ ବୋମା ଧମକ ପରେ ହାଇକୋର୍ଟର ଅନେକ ବେଞ୍ଚ ହଠାତ୍ ଉଠିଥିଲା। ସମସ୍ତ ବିଚାରପତି ସେମାନଙ୍କର ବୋର୍ଡକୁ ସ୍ଥଗିତ ରଖିଥିଲେ ଏବଂ କୋର୍ଟ ରୁମ୍ ଛାଡିବା ପୂର୍ବରୁ ଶୁଣାଣି ବନ୍ଦ କରିଥିଲେ।

କୋର୍ଟ ବାହାରେ ଏକ ବୋମା ନିଷ୍କ୍ରିୟକାରୀ ଦଳ ଭ୍ୟାନ ମଧ୍ୟ ଦେଖାଯାଇଛି।ବିଚାରପତି, ଓକିଲ ଓ କର୍ମଚାରୀଙ୍କୁ ବାହାରକୁ ନେଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ ଅଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ ହାଇକୋର୍ଟକୁ ଆସିଥିବା ମେଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ” ଶୁକ୍ରବାର ବିସ୍ଫୋରଣ ପାଇଁ ପାକିସ୍ତାନ-ତାମିଲନାଡୁର ମିଳିତ ସହଯୋଗ ରହିଛି”।

ଦିନ ୨ଟା ସୁଦ୍ଧା ପରିସର ଖାଲି କରିବାକୁ ଚେତାବନୀ ଦିଆଯାଇଛି।ଇମେଲରେ ଦାବି କରାଯାଇଥିଲା ଯେ ଜଣେ ବ୍ୟକ୍ତି ପାକିସ୍ତାନର ISI ସହିତ ଯୋଗାଯୋଗ କରିଛନ୍ତି ଏବଂ ପାଟନାରେ ୧୯୯୮ ମସିହାରେ ହୋଇଥିବା ବିସ୍ଫୋରଣକୁ ପୁନରାବୃତ୍ତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଏଥିରେ ରାଜନୈତିକ ନେତା ଏବଂ RSS ବିଷୟରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ରହିଛି। ଏହା ସହିତ, ଏକ ମୋବାଇଲ୍ ନମ୍ବର ଏବଂ ଏକ କଥିତ IED ଡିଭାଇସ୍ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *