Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡିଶାର ଗର୍ବ ବଢ଼ାଇ, ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ) ନୂତନ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶିରୀଶଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, “ଜଣେ ସୁଯୋଗ୍ୟ ଓଡିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। ତାଙ୍କ ଦୀର୍ଘ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।”

ଉଲ୍ଲେଖନୀୟ, ଶିରୀଶ ମୁର୍ମୁ ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଦୀର୍ଘଦିନ ଦାୟିତ୍ୱ ପାଳନ କରିଥିଲେ। ସେ ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନଭାଇ।ଓଡିଶାର ପାଇଁ ଏହି ନିଯୁକ୍ତି କେବଳ ଗର୍ବର କଥା ନୁହେଁ, ଦେଶର ଆର୍ଥିକ କ୍ଷେତ୍ରରେ ଓଡିଆଙ୍କ ଦୃଢ଼ ପଦଚିହ୍ନ ମାର୍କ କରିଦେଇଛି।

Leave a Reply

Your email address will not be published. Required fields are marked *