Mon. Dec 23rd, 2024

ନ୍ୟୁଜ ଡେକ୍ସ: ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ସକାଳେ ଦିଲ୍ଲୀର ଏକ ଡାକ୍ତରଖାନା ଭିତରେ ଜଣେ ଡାକ୍ତରଙ୍କୁ ଦୁଇଜଣ ଯୁବକ ଗୁଳି କରି ହତ୍ୟା କରିଥିବା ପୁଲିସ୍‌ ସୂଚନା ଦେଇଛି। କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସି ଆଘାତ ଲାଗିଛି ବୋଲି କହି ଡ୍ରେସିଂ କରିବାକୁ ଆସିଥିଲେ। ଡ୍ରେସିଂ କରିବା ପରେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ ଦୁର୍ବୃତ୍ତ। ଠିକ୍ ଏହି ସମୟରେ ଡାକ୍ତରଙ୍କୁ ଗୁଳି କରିଥିଲେ କିଛି ଦୁର୍ବୃତ୍ତ। ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନି। ସିସିଟିଭି ଯାଞ୍ଚ କରୁଛି ପୋଲିସ। ଏହି ଘଟଣା ଜୟତପୁରର ନୀମା ହସ୍ପିଟାଲରେ ଘଟିଛି। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ତେବେ ଏହି ଘଟଣା ଅକ୍ଟୋବର ୨ ତାରିଖର ବୋଲି ପୁଲିସ୍‌ କହିଛି।

ଦୁଇଜଣ ନାବାଳକ ଚିକିତ୍ସା ବାହାନାରେ ଡାକ୍ତରଖାନାକୁ ପ୍ରବେଶ କରି ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ଦିଲ୍ଲୀ ପୁଲିସର ଏକ ଟିମ୍ ପହଞ୍ଚି ଅଭିଯୁକ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ପାଇବା ପାଇଁ ସିସିଟିଭି କ୍ୟାମେରା ସ୍କାନ କରିବା ଆରମ୍ଭ କରିଛି। ଦିଲ୍ଲୀ ପୁଲିସର ଫୋରେନସିକ୍ ୟୁନିଟ୍‌ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରମାଣ କ୍ରାଇମବ୍ରାଞ୍ଚରୁ ଉଦ୍ଧାର କରିଛି।

Leave a Reply

Your email address will not be published. Required fields are marked *