Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଧ୍ୟାତ୍ମିକ ନେତା ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିଛି। ତାଙ୍କ ନେତୃତ୍ୱାଧୀନ ଈଶା ଫାଉଣ୍ଡେସନରେ ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଈଶା ଫାଉଣ୍ଡେସନରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ।

ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ତାମିଲନାଡୁ ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୋଲିସ ଈଶା ଫାଉଣ୍ଡେସନ ଉପରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।ଅପରପକ୍ଷରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ରେ କରାଯିବ।

ଉଲ୍ଲେଖଯୋଗ୍ୟ, ସଦଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କୋଏମ୍ବାଟୁରର ଇଶା ଫାଉଣ୍ଡେସନର ଆଶ୍ରମରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ୧୫୦ ଜଣ ପୋଲିସ ଅଧିକାରୀ ଏବଂ ତିନିଜଣ ଡିଏସପିଙ୍କୁ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା।

Leave a Reply

Your email address will not be published. Required fields are marked *