Thu. Oct 23rd, 2025

ନ୍ୟୁଜ ଡେକ୍ସ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ଵିବେକା ନନ୍ଦ ପବ୍ଲିକ ସ୍କୁଲର କୁନି କୁନି କଳାକାର ମାନଙ୍କ ଦ୍ୱାରା ଏକ ସଚେତନତା ଶଭାଯାତ୍ରା ସହିତ ସଚେତନତା ନାଚ ମଞ୍ଚସ୍ଥ ହୋଇଥିଲା l ଆଜି ସକାଳ ୧୦ ଘଟିକା ସମୟରେ ସ୍କୁଲ୍ ର ପିଲାମାନଙ୍କୁ ନେଇ ବିଦ୍ୟାଳୟ ପରିସରରୁ ଏକ ସଭାଯାତ୍ରା ବାହାରି, ଗଳି, ବସ୍ତି ଏବଂ ଅପରିଷ୍କାର ସ୍ଥାନରେ ଅଳିଆ ଅସନା ପକାଇବା ଦ୍ୱାରା ଅନେକ ମାରାତ୍ମକ ରୋଗରେ ଧନ, ଜୀବନ ନଷ୍ଠ ହୁଏ I

ଆମେ ଟିକେ ଅଶାବଧାନତା ଠାରୁ ଦୁରେଇ ରହିଲେ ସୁସ୍ଥ ଜୀବନ ଯାପନ କରିବା ବୋଲି ନାରା ଦେଇ କରଞ୍ଜିଆ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚି ଥିଲେ | ସେଠାରୁ ସଭାଯାତ୍ରା ବାହାରି କରଞ୍ଜିଆ ଥାନାରେ ପହଞ୍ଚିବା ପରେ I ଥାନା ପରିସରରେ ସ୍ୱଛତା ହିଁ ସେବାକୁ ନେଇ କୁନି କୁନି ପିଲା ମାନେ ଏକ ସୁନ୍ଦର ନାଚ ପରିବେଷଣ କରିଥିଲେ l

ଏହି ସମୟରେ ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍, ଥାନା ଅଧକାରୀ ନିରୋଦ୍ କୁମାର୍ ମଲ୍ଲିକ ଏବଂ ସମସ୍ତ ପୋଲିସ୍ କର୍ମଚାରୀଙ୍କ ସହିତ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍ ର ଅଧକ୍ଷ ବିଷ୍ଣୁ ଅଗ୍ରୱାଲ, ଅବସରପ୍ରାପ୍ତ ଏବିଓ ବିପିନ୍ ବିହାରୀ ବାରିକ୍ , ସ୍କୁଲ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *