ନ୍ୟୁଜ ଡେକ୍ସ : ଜିଲ୍ଲାର ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ ଅଞ୍ଚଳରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତି ୧୧ଟା ସମୟରେ ଲାଗିଥିବା ନିଆଁ ଫଳରେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ୍ ହେବା ଅନୁମାନ ହେଉଛି, ଯଦିଓ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଫ୍ୟାକ୍ଟ୍ରି ଭିତରେ ଶହ ଶହ କୁଇଣ୍ଟାଲ କାଜୁ ଚୋପା ଓ ଶୁଖିଲା ଜିନିଷ ସଂଗ୍ରହିତ ଥିବାରୁ ନିଆଁ ତିବ୍ର ଗତିରେ ପ୍ରସାରିତ ହୋଇ ହୂତୁ ହୁତୁ ଜଳୁଛି।ଅଗ୍ନିଶମ ବାହିନୀ ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି।
ନିଆଁର ତିବ୍ରତା ଦେଖି ଫ୍ୟାକ୍ଟ୍ରିଭିତରକୁ ପ୍ରବେଶ କରିବା କଷ୍ଟସାଧ୍ୟ ହେବାରୁ ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ପଛ ପଥରୁ ପାଣି ଛିଟି ନିଆଁ ନିୟନ୍ତ୍ରଣ କରାଯାଉଛି। ଅଗ୍ନିଶମ ବିଭାଗ ସୂତ୍ର ଜଣାଇଛି ଯେ, କେତେକ ଅଂଶରେ ନିଆଁ ଲିଭି ଯାଇଥିଲେ ମଧ୍ୟ ଧୂଆଁ ଚାଲିଛି ଓ ଫ୍ୟାକ୍ଟ୍ରି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଆସିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ।
