Thu. Oct 23rd, 2025

ନ୍ୟୁଜ ଡେକ୍ସ : ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା ସମ୍ବନ୍ଧରେ ଚାଲିଥିବା ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୪ରେ ହେବ ବୋଲି ସୂଚନା ମିଳିଛି।

ଏହି ମାମଲାରେ ଓଡ଼ିଶା ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଉପସଭାପତି ନିହାର ମହାନ୍ତି ସହ ଅନ୍ୟାନ୍ୟ ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ରାଜ୍ୟ ସରକାର ପକ୍ଷରୁ ମହଲତ ଚାହିଁବା ପରେ ଶୁଣାଣି ପଛୁଆଯାଇଛି।

ଏପର୍ଯ୍ୟନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ କେସ୍ ଡାଏରୀ ଦାଖଲ ହୋଇସାରିଛି ବୋଲି ସୂଚନା ମିଳିଛି। ଏହି ଘଟଣା ରାଜ୍ୟର ଶିକ୍ଷା ମଞ୍ଚକୁ ନଡ଼କାଇଦେଇଥିଲା ଏବଂ ଏହାର ତଦନ୍ତ ଚାଲିଛି।ନଭେମ୍ବର ୪ରେ ହେବାକୁ ଥିବା ଶୁଣାଣି ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *