Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତ ଏବଂ ଆମେରିକା ମଧ୍ୟରେ ୧୦ ବର୍ଷ ଦର ଏକ ଐତିହାସିକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ସାକ୍ଷାତ ପରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।ପିଟ୍ ହେଗସେଥ୍ ଏହାକୁ ଘୋଷଣା କରି କହିଛନ୍ତି, “ଏହି ପ୍ରକାରର ଚୁକ୍ତି ପୂର୍ବରୁ କେବେ ହୋଇନାହିଁ।

ଏହା ଦୁଇ ଦେଶ ମଧ୍ୟରେ ଆଗାମୀ ୧୦ ବର୍ଷ ପାଇଁ ପ୍ରତିରକ୍ଷା ସହଯୋଗକୁ ନୂତନ ଦିଶା ଦେବ।” ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ପରସ୍ପର ସହିତ ସୂଚନା, ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ସହାୟତା ଆଦାନପ୍ରଦାନ କରିବେ।ରାଜନାଥ ସିଂହ ଏହି ଚୁକ୍ତିକୁ “ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କର ଏକ ନୂଆ ଯୁଗର ଆରମ୍ଭ” ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, “ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ରଣନୈତିକ ସମନ୍ୱୟ ଓ ବିଶ୍ୱସନୀୟତାକୁ ଆହୁରି ମଜବୁତ କରିବ। ଏହା ଆଞ୍ଚଳିକ ସ୍ଥିରତା, ସାମରିକ ସମନ୍ୱୟ ଓ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସହଯୋଗକୁ ବୃଦ୍ଧି କରିବ।”

ଏହି ଚୁକ୍ତିନାମା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁଇ ଦେଶର ମିଳିତ ରଣନୀତିକ ଅଭିସରଣ ପାଇଁ ଏକ ଦଶନ୍ଧି ଧରି ରୋଡମ୍ୟାପ୍ ତିଆରି କରିଦେଇଛି। ବିଶେଷଜ୍ଞମାନେ ମନେ କରୁଛନ୍ତି, ଏହି ଚୁକ୍ତି ଚୀନ୍‌ର ଭାରତ-ପ୍ରଶାନ୍ତ ଅଞ୍ଚଳରେ ବିସ୍ତାରପରାୟଣ ନୀତିକୁ ଜୋର ଝଟ୍କା ଦେଇପାରେ।ଭାରତ-ପ୍ରଶାନ୍ତ ଅଞ୍ଚଳର ଗୁରୁତ୍ୱଏହି ଅଞ୍ଚଳ ବିଶ୍ୱର ସବୁଠାରୁ ଜନବହୁଳ ଓ ଆର୍ଥିକ ଭାବରେ ସକ୍ରିୟ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏସିଆ, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆମେରିକା — ଚାରୋଟି ମହାଦେଶକୁ ଏହା ଆବୃତ କରିଛି। ବିଶ୍ୱର ପ୍ରାୟ ୬୦% ଜନସଂଖ୍ୟା ଏଠି ବାସ କରେ।

ଭାରତ, ଚୀନ୍ ଓ ଆମେରିକା ଭଳି ଶକ୍ତିଶାଳୀ ଦେଶ ଏହି ଅଞ୍ଚଳରେ ରହିଥିବାରୁ ଏହା ଗିଓପଲିଟିକାଲ୍ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଭାରତ-ଆମେରିକାର ଏହି ପ୍ରତିରକ୍ଷା ଚୁକ୍ତି ମାତ୍ର ସାମରିକ ସହଯୋଗ ନୁହେଁ, ଆଞ୍ଚଳିକ ସୁରକ୍ଷା ଏବଂ ବିଶ୍ୱ ସ୍ଥିରତା ପାଇଁ ଏକ ନୂତନ ମାନକ ତିଆରି କରିବ ବୋଲି ଆଶା ବ୍ୟକ୍ତ ହେଉଛି।

Leave a Reply

Your email address will not be published. Required fields are marked *