ନ୍ୟୁଜ ଡେକ୍ସ : ବିଜେଡି ନେତା ବବି ଦାସ ଓ ନୂଆପଡ଼ା କୋମନା ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। କୋମନାର ଜଣେ ଆଦିବାସୀ ଯୁବକ ଦୁଇ ନେତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ନେଇ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଚାଲିଛି।
ଯୁବକ ଜଣକ ଦାବି କରିଛନ୍ତି ଯେ, ତାଙ୍କୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ନିଆଯାଇଥିଲା, ଯେଉଁଠି ତାଙ୍କୁ “କାହିଁକି ବିଜେଡି ଛାଡି ବିଜେପିରେ ବୁଲୁଛ” ବୋଲି ପଚାରାଗଲା। ଏହା ପରେ ତାଙ୍କୁ ଧମକ ଦେଇ ଅଶ୍ଳୀଳ ଭାଷାରେ ଗାଳି ଦେଇ ମାଡ଼ ମାରାଯାଇଥିଲା, ବୋଲି ସେ ଅଭିଯୋଗ କରିଛନ୍ତି।
ଯୁବକଙ୍କ ଅନୁସାରେ, ସେମାନେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।ଅଭିଯୋଗ ପରେ କୋମନା ଥାନା ଆଇଆଇସି ଓ ଖରିଆର ଏସଡିପିଓ ଫାର୍ମହାଉସକୁ ଯାଇ ଯୁବକଙ୍କୁ ଉଦ୍ଧାର କରିଥିଲେ, ବୋଲି ସେ କହିଛନ୍ତ।

