Mon. Dec 23rd, 2024

ନ୍ୟୁଜ ଡେକ୍ସ: ଓଡ଼ିଶା ୟୁନିଫର୍ମ (ପୋଷାକ) ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ନିୟମାବଳି ଜାରି କରିଛନ୍ତି ରାଜ୍ୟ ସରକାର। ୟୁନିଫର୍ମ ସେବାରେ ସଂରକ୍ଷଣ ଏବଂ ବୟସ ସୀମାରେ କୋହଳକୁ ନେଇ ନିୟମାବଳି ସମ୍ପର୍କିତ ଅଧିସୂଚନା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ | ପ୍ରଥମେ ୧୦ ପ୍ରତିଶତ ସଂରକ୍ଷଣ ଏବେ ପୁଣି ବୟସ ସୀମାରେ ବି କୋହଳ କରିଛନ୍ତି ସରକାର ।

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିବରଣୀ ଦିଆଯାଇଛି । ଏଥିରେ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବା, ଯଥା ପୋଲିସ୍, ବନବିଭାଗ, ଅବକାରୀ ଏବଂ ଅଗ୍ନିଶମ ବିଭାଗରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ‘ଗ’ ଓ ‘ଘ’ ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସସୀମାରେ ୩ ବର୍ଷ କୋହଳ କରାଯିବ ।

ଏହାସହିତ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ମଧ୍ୟ ଅବ୍ୟାହତି ମିଳିବ । ଅଧିସୂଚନା ଅନୁସାରେ, ଓଡ଼ିଶାର ୟୁନିଫର୍ମ ସେବା ଅର୍ଥାତ୍ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ସହିତ ଅଗ୍ନିବୀରଙ୍କ ପାଇଁ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ରହିବ।

Leave a Reply

Your email address will not be published. Required fields are marked *