Mon. Dec 23rd, 2024

ନ୍ୟୁଜ ଡେକ୍ସ: ଭୋଟ୍‌ ଦେଉଛି ହରିଆଣା। ଆଜି ସକାଳ ୯ଟା ସୁଦ୍ଧା ହରିଆଣାରେ ୯.୫୩ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ୨ କୋଟିରୁ ଅଧିକ ଭୋଟର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି।

ସକାଳୁ ଭୋଟ ଦେବାକୁ ଲୋକଙ୍କ ଭିଡ଼ ଜମିଲାଣି। ରାଜନୈତିକ ଦୃଷ୍ଟି କୋଣରୁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ। ବିଜେପି ଏଥର ନିର୍ବାଚନ ଜିତି ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ହରିଆଣା ହାତେଇବାକୁ ପ୍ରାଣମୁର୍ଛା ଉଦ୍ୟମ କରିଛି। ଆଜିର ଭୋଟିଂ ରେଜଲ୍ଟ କାହା ସପକ୍ଷରେ ଯାଉଛି ତା’ ଉପରେ ନଜର। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟିଂ ରେକର୍ଡ କରିବା ପାଇଁ ହରିଆଣାବାସୀଙ୍କୁ ଅପିଲ କରିଛନ୍ତି। ସେ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଆଜି ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି।

ଭୋଟ୍ ଦେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ରାଜ୍ୟର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।’ ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି। ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Leave a Reply

Your email address will not be published. Required fields are marked *