Sun. Feb 22nd, 2026

ନ୍ୟୁଜ ଡେକ୍ସ : ନୂଆପଡା ଉପନିର୍ବାଚନରେ ବିପୁଳ ଭୋଟ ମାର୍ଜିନରେ ବିଜୟୀ ହୋଇଥିବା ଜୟ ଢୋଲକିଆ ଆଜି ଓଡ଼ିଶା ବିଧାନସଭାରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିନ ୧ଟା ବେଳେ ଆୟୋଜିତ ଏହି ଶପଥ ଗ୍ରହଣ ଅନୁଷ୍ଠାନରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ ପୂର୍ବରୁ ଜୟ ଢୋଲକିଆ ସପରିବାର ମାଆ ଓ ପତ୍ନୀଙ୍କ ସହ ପହଞ୍ଚିଥିଲେ ବିଧାନସଭା ପରିସରକୁ। ନୂଆ ଦାୟିତ୍ୱ ପାଇଁ ସେମାନଙ୍କ ମୁହଁରେ ଗର୍ବ, ଭାବବିଭୋରତା ଓ ଉତ୍ସାହ ସ୍ପଷ୍ଟ ଦେଖାଯାଉଥିଲା।ଶପଥ ଗ୍ରହଣ ସମୟରେ ବିଜେପିର ବିଭିନ୍ନ ବିଧାୟକ ଓ ମନ୍ତ୍ରୀମାନେ ଉପସ୍ଥିତ ରହି ଜୟଙ୍କ ନୂଆ ଯାତ୍ରାକୁ ଅଭିନନ୍ଦନ ଜଣାଇଲେ।

ନୂଆପଡା ଉପନିର୍ବାଚନରେ ସେ ୮୩ ହଜାରରୁ ଅଧିକ ଭୋଟ ପାଇ ଭାରୀ ମାର୍ଜିନରେ ବିଜୟ ସୁନିଶ୍ଚିତ କରିଥିଲେ, ଯାହା ତାଙ୍କ ପ୍ରତି ଜନସମର୍ଥନକୁ ପୁଣିଥରେ ସାବ୍ୟସ୍ତ କରିଥିଲା। ବିଧାନସଭାରେ ଜୟଙ୍କ ଶପଥ ଗ୍ରହଣ ସହିତ ନୂଆପଡାରେ ନବୀନ ରାଜନୀତିକ ଅଧ୍ୟାୟର ଆରମ୍ଭ ହେଲା ବୋଲି ଦଳୀୟ ସୂତ୍ରମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *