Sat. Feb 21st, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷ ପୁଣିଥରେ ବଲିଉଡ୍‌ରେ ନିଜର ଦମ୍‌ ଦେଖାଇଛନ୍ତି। ଫିଲ୍ମ ‘ରକ୍ଷଣ’ ସହିତ ବଲିଉଡ୍‌ରେ ସଫଳ ଡେବ୍ୟୁ ପରେ ଧନୁଷ ଏବେ ନୂଆ ପ୍ରେମ କାହାଣୀ ଆଧାରିତ ସିନେମା ‘ତେରେ ଇସ୍କ ମେ’ ନେଇ ପ୍ରେକ୍ଷାଳୟକୁ ଫେରିଛନ୍ତି। ୧୨ ବର୍ଷ ପରେ ନିର୍ଦ୍ଦେଶକ ଆନନ୍ଦ ଏଲ୍. ରାୟ ତାଙ୍କ ସୁପରହିଟ୍ ଫିଲ୍ମ ‘ରାଁଝଣା’ର ଆତ୍ମାକୁ ନେଇ ଏହି ସିକ୍ୱେଲ୍ ଶୈଳୀର ଫିଲ୍ମ ମାର୍କେଟକୁ ଆଣିଥିବାବେଳେ, ଦର୍ଶକଙ୍କ ପ୍ରତିକ୍ରିୟା ଅପେକ୍ଷାକୃତ ଅଧିକ ସକାରାତ୍ମକ ମିଳିଛି।

ରିପୋର୍ଟ ଅନୁସାରେ, ଧନୁଷ ଏବଂ କ୍ରିତି ସାନନଙ୍କ ଅଭିନୀତ ‘ତେରେ ଇସ୍କ ମେ’ ଫିଲ୍ମଟି ପ୍ରଥମ ଦିନରେ ୧୬.୫୦ କୋଟି ଟଙ୍କା ରୋଜଗାର କରିଛି। ୮୦ ରୁ ୧୦୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ସିନେମା ପାଇଁ ଏହି ଆୟକୁ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ବୋଲି ଧରାଯାଉଛି। ଯଦି ସପ୍ତାହାନ୍ତ ପର୍ଯ୍ୟନ୍ତ ଏହି ଗତି ଜାରି ରହେ, ତେବେ ଫିଲ୍ମଟି ପ୍ରାୟ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିପାରିବ ବୋଲି ବକ୍ସଅଫିସ୍‌ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ବଡ଼ କଥା ହେଉଛି, ଧନୁଷଙ୍କ ଏହି ଫିଲ୍ମଟି ବକ୍ସଅଫିସରେ ଆମିର ଖାନ ଓ ଅକ୍ଷୟ କୁମାରଙ୍କ ଭଳି ବଡ଼ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ବି ପଛରେ ପକାଇ ଦେଇଛି।

ଆମିର ଖାନଙ୍କ ‘ସିତାରେ ଜମିନ ପର’ ପ୍ରଥମ ଦିନରେ ୧୦.୭ କୋଟି ଟଙ୍କା ଆୟ କରିଥିବାବେଳେ, ଅକ୍ଷୟ କୁମାରଙ୍କ ‘ଜଲି ଏଲଏଲବି’ ପ୍ରଥମ ଦିନରେ ୧୨.୫୦ କୋଟି ଟଙ୍କା ରୋଜଗାର କରିଥିଲା। କିନ୍ତୁ ‘ତେରେ ଇସ୍କ ମେ’ ଏହି ଦୁଇ ଫିଲ୍ମକୁ ଏକାଠି ପଛରେ ପକାଇ ଦେଇଛି। ଟ୍ରେଲର ରିଲିଜ୍‌ ପରଠାରୁ ଦର୍ଶକମାନେ ଫିଲ୍ମଟିକୁ ବେଶ ଅପେକ୍ଷା କରୁଥିବାବେଳେ, ରିଲିଜ୍‌ ପରେ ଏହାକୁ ସିନେମା ହଲରେ ଜୋରଦାର ପ୍ରତିକ୍ରିୟା ମିଳୁଛି।

ଧନୁଷଙ୍କ ଭାବନାପୂର୍ଣ୍ଣ ଅଭିନୟ, କାହାଣୀର ଗଭୀରତା ଓ ସଙ୍ଗୀତ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବାରୁ ଫିଲ୍ମଟି ଆଗାମୀ ଦିନରେ ଆଉ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି।ବକ୍ସଅଫିସରେ ଏହି ଦମଦାର ଆରମ୍ଭ ସହ ଧନୁଷ ଏବେ ସତ୍ୟ ସୁପରଷ୍ଟାରମାନଙ୍କ ଶାରିରେ ଆଉ ଦୃଢ଼ ଭାବରେ ନିଜ ସ୍ଥାନ ତିଆରି କରିଛନ୍ତି।

Leave a Reply

Your email address will not be published. Required fields are marked *