Sat. Feb 21st, 2026

ନ୍ୟୁଜ ଡେକ୍ସ: ଆର୍‌ଜେଡି ସୁପ୍ରିମୋ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ମିଳିଛି ଜାମିନ।ସ୍ୱତନ୍ତ୍ର ଜଜ୍ ବିଶାଲ ଗୋଗେନ୍ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଥିବା ସୂଚନା ରହିଛି।

ତେବେ ଆମେ ଏଠାରେ ଜଣାଇ ଦେଉଛୁ ଯେ ମାମଲାର ତଦନ୍ତ ବେଳେ ସେମାନଙ୍କୁ ଗିରଫ କରାଯାଇନଥିଲା।ସେମାନଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍ ଆଧାରରେ ପୂର୍ବରୁ ସେମାନଙ୍କୁ ସମନ ଜାରି କରାଯିବା ପରେ ଅଭିଯୁକ୍ତମାନେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଅଗଷ୍ଟ ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡା ଦ୍ବାରା ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଥିଲା। ସୂଚନା ମୁତାବକ, ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଆଜି ସକାଳୁ ଲାଲୁଙ୍କ ପୂରା ପରିବାର କୋର୍ଟରେ ହାଜର ହୋଇଥିଲା।

ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି। ଏଥିସହିତ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସେମାନଙ୍କ ପାସ୍‌ପୋର୍ଟ ଦାଖଲ କରିବାକୁ କହିଛନ୍ତି।ଲାଲୁ ପ୍ରସାଦ ଯାଦବ ଚାକିରି ପାଇଁ ଜମି ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଇଡି ନିଜ ଚାର୍ଜଶିଟ୍‌ରେ କହିଥିଲା। ଏହି ଦୁର୍ନୀତିରେ ଜଡିତ ଥିବା ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି।

Leave a Reply

Your email address will not be published. Required fields are marked *