ନ୍ୟୁଜ ଡେକ୍ସ: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍ ସିଟ୍ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ଭାଜପା ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ସେ ୬୦୦୦ ଭୋଟରେ ପରାଜିତ କରିଛନ୍ତି।
ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା। ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ କୁମାର। ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ। ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ। ପ୍ରକାଶ ଥାଉକି, ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା।
ଆଜି ହରିୟାଣା ସମେତ ଜମ୍ମୁ-କଶ୍ମୀରରେ ଭୋଟ୍ ଗଣତି ହେଉଛି। ହରିୟାଣାରେ ବିଜେପି ଆଗରେ ଥିବାବେଳେ ଜମ୍ମୁ-କଶ୍ମୀରରେ କଂଗ୍ରେସ ଆଗରେ ରହିଛି। ତେବେ କଂଗ୍ରେସ ଗୋଟେ ଦଶକ ପରେ ପୁଣି ହରିୟାଣା ସତ୍ତାକୁ ଫେରିବାକୁ ଆଶା ରଖିଥିବା ବେଳେ ଏବେ ହ୍ୟାଟ୍ରିକ ଲକ୍ଷ୍ୟରେ ବିଜେପି । ବର୍ତ୍ତମାନ ବିଜେପି ୫୦ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ସିଟରେ ପଛରେ ରହିଛି ।