Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଜିଲ୍ଲା ଓ ଶାଖାରେ କାର୍ଯ୍ୟରତ ଅନେକ ଆଇପିଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି ।ପରମାର ସ୍ମିତ ପରଷୋତ୍ତମଦାସ ସିଆଇଡି-ସିବି, କଟକର ଏସପି ପଦବୀରୁ ବଦଳି ହୋଇ ନୟାଗଡ଼ର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ସେହିପରି ବିବେକାନନ୍ଦ ଶର୍ମା ଖୋର୍ଦ୍ଧା ଏସପି ପଦବୀରୁ ବଦଳି ହୋଇ କଟକ ସିଆଇଡି-ସିବିର ଏସପି ଭାବେ କାର୍ଯ୍ୟଭାର ସମ୍ଭାଳିବେ ।ରାୟଗଡ଼ା ଏସପି ସ୍ୱାତୀ ଏସ. କୁମାରଙ୍କୁ ଭୁବନେଶ୍ୱର ଏସଟିଏଫର ଏସପି ଭାବେ ନିଯୁକ୍ତ କରାଯାଇଛି । ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଜିଲ୍ଲାର ନୂତନ ଏସପି ଭାବେ ବଦଳି କରାଯାଇଛି । ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କୁ ଖୋର୍ଦ୍ଧା ଏସପି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ପେଶାଲ ବ୍ରାଞ୍ଚ ଏସପି ରାଜ ପ୍ରସାଦଙ୍କୁ ରାୟଗଡ଼ାର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି ।ଅନ୍ୟପଟେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ କଟକ ସିଆଇଡି-ସିବିର ଏସପି ଭାବେ ବଦଳି କରାଯାଇଛି ।

କନ୍ଧମାଳ ଏସପି ହରିଶା ବି. ସି.ଙ୍କୁ ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ମିଳିଛି । ଭଦ୍ରକର ଅତିରିକ୍ତ ଏସପି ଭାଗ୍ୟପ୍ରଦ ଜଗନ୍ନାଥଙ୍କୁ ପଦୋନ୍ନତି ଦେଇ ନବରଙ୍ଗପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି । ମାନ୍ୟବର ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନାଙ୍କୁ ବୌଦ୍ଧ ଜିଲ୍ଲାର ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ରାୟଗଡ଼ାର ଅତିରିକ୍ତ ଏସପି ରମେଶ ପ୍ରସାଦଙ୍କୁ କନ୍ଧମାଳର ନୂତନ ଏସପି ଭାବେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *