ନ୍ୟୁଜ ଡେକ୍ସ : ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଜନସଂଖ୍ୟା ଦିବସ। ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଲାଣି। ଦାରିଦ୍ର୍ୟ, ଆର୍ଥିକ, ସ୍ୱାସ୍ଥ୍ୟ ସମସ୍ୟା ଭଳି ଜନସଂଖ୍ୟା ବୃଦ୍ଧି ଦ୍ୱାରା ପ୍ରଭାବିତ ହେଉଛି। ତେବେ ଏ ସମସ୍ତ ଦିଗରେ ଆମେ ସଚେତନ ହେବା ନିହାତି ଜରୁରୀ ହୋଇପଡିଛି। ପ୍ରତିଟି ବ୍ୟକ୍ତି ସଚେତନ ସହ ଶିକ୍ଷିତ ହେବାଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ଏକ ବିଷୟବସ୍ତୁ ବା ଥିମ ସହିତ ପାଳନ କରାଯାଏ। ବିଶ୍ୱ ଜନସଂଖ୍ୟା ଦିବସ ୨୦୨୫ର ବିଷୟବସ୍ତୁ ହେଉଛି ଏକ ନିରପେକ୍ଷ ଏବଂ ଆଶାବାଦୀ ବିଶ୍ୱରେ ଯୁବପିଢ଼ିଙ୍କୁ ସେମାନେ ଚାହୁଁଥିବା ପରିବାର ଗଠନ କରିବା ପାଇଁ ସଶକ୍ତ କରିବା। ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଇପାରେ, କିନ୍ତୁ ପରିବାରଗୁଡ଼ିକ ଦ୍ରୁତ ଗତିରେ ଭାଙ୍ଗି ପଡ଼ୁଛି।
ଏପରି ପରିସ୍ଥିତିରେ, ଯୁବପିଢ଼ି ପାଇଁ ଏହି ବର୍ଷର ବିଷୟବସ୍ତୁକୁ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।୧୯୮୯ରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ମାଧ୍ୟମରେ ବିଶ୍ୱ ଜନସଂଖ୍ୟା ଦିବସ ଆରମ୍ଭ ହୋଇଥିଲା। ଏହା ପରେ ମିଳିତ ଜାତିସଂଘ ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
