Thu. Apr 16th, 2026

ନ୍ୟୁଜ ଡେକ୍ସ: ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ବାରମ୍ବାର ସଚେତନ କରିବା ଦ୍ୱାରା ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ଜଣାପଡିଛି । ତେବେ ସମାଖୁ ସେବନ ଦ୍ଵାରା ଶରୀର କ୍ଷତି ହେବା ସହ ତମାଖୁ ସେବନକାରୀ ବ୍ୟକ୍ତି ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତିର ପରିବାର ମଧ୍ୟ ଭାଙ୍ଗିଯାଏ ।

ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ ରହିବା ଦରକାର ।ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏକ ହିସାବ ଅନୁସାରେ ପ୍ରତିବର୍ଷ ତମାଖୁ ସେବନ ଦ୍ଵାରା ସାରା ବିଶ୍ଵରେ 70 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । 1987 ମସିହା ଠାରୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ରମାନେ ପ୍ରତିବର୍ଷ ମେ 31 ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରୁଛନ୍ତି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୧୯୮୭ ରେ ପ୍ରଥମ ଥର ପାଇଁ ବିଶ୍ୱ ତମାଖୁ ଦିବସ ପାଳନ କରାଯାଇଥିଲା ।

ତମାଖୁ ସେବନ ହେତୁ ମୃତ୍ୟୁହାର ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ସେବେଠାରୁ ମେ 31 ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି। ।ଯଦ୍ବାରା ଲୋକମାନେ ତମାଖୁ ସେବନ ଠାରୁ ଦୂରେଇ ରହିବେ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମିବ ।ତେଣୁ ସଚେତନ କରିବା ଦ୍ୱାରା ଲୋକମାନେ ତମାଖୁ ସେବନ ଠାରୁ ଦୂରେଇ ରହିବେ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମିବ ।

Leave a Reply

Your email address will not be published. Required fields are marked *