Sun. Apr 26th, 2026

ନ୍ୟୁଜ ଡେକ୍ସ : ରାଜଧାନୀର ଇନଫୋଭ୍ୟାଲି ଥାନା ଅଧୀନ ଗଙ୍ଗପଡ଼ା ଅଞ୍ଚଳରେ ଏକ ଏମବିଏ ଛାତ୍ରୀଙ୍କୁ ନେଇ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି। ରୁମମେଟ୍ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଏହି ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଦୀପକ ପ୍ରଧାନଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ, ପୀଡିତା ଛତିଶଗଡ଼ର ବିଳାସପୁର ଅଞ୍ଚଳର ବାସିନ୍ଦା ଏବଂ ଏଠାରେ ପଢ଼ୁଥିବା ଏକ ଏମବିଏ ଛାତ୍ରୀ।

ସେ ଗଙ୍ଗପଡ଼ା ଅଞ୍ଚଳରେ ଥିବା ଏକ ଲେଡିଜ ହଷ୍ଟେଲରେ ରହୁଥିଲେ। ଗତ ୨୪ ତାରିଖରେ ତାଙ୍କ ରୁମମେଟ୍ ଉପସ୍ଥିତ ନଥିବା ସମୟରେ ସେ ଏକାକୀ ଥିବାବେଳେ ଅଭିଯୁକ୍ତ ଏହାର ସୁଯୋଗ ନେଇଥିଲା।ଅଭିଯୁକ୍ତ ଦୀପକ ପ୍ରଧାନଙ୍କର ସେହି ଅଞ୍ଚଳରେ ଏକ ଗ୍ରୋସେରୀ ଦୋକାନ ରହିଛି ଏବଂ ସେ ହଷ୍ଟେଲ ନିକଟରେ ରହୁଥିବା ସୂଚନା ମିଳିଛି। ଘଟଣା ଦିନ ସେ ହଷ୍ଟେଲ ଭିତରକୁ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଘଟଣା ପରେ ପୀଡିତାଙ୍କ ଅଭିଯୋଗ ଆଧାରରେ ଇନଫୋଭ୍ୟାଲି ଥାନା ପୋଲିସ ମାମଲା ନମ୍ବର ୧୪୦/୨୬ ଅନୁସାରେ ବଳାତ୍କାର ମାମଲା ରୁଜୁ କରିଛି।

ପୋଲିସ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଇଥିବା ସହ ଘଟଣାର ତଦନ୍ତ ଜାରି ରଖିଛି।ପ୍ରାଥମିକ ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆଇନୁଚିତ କାର୍ଯ୍ୟାନୁଷ୍ଠାନ ନେଉଛି। ଏହି ଘଟଣା ପରେ ଅଞ୍ଚଳରେ ଚିନ୍ତା ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *