Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍ ।ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡ୍ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌ ଚାଲିଥିବାବେଳେ ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ୍‌ କିଏ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ କୁହାଯାଉଛି ଏକ ଠକେଇ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ଭୁବନେଶ୍ୱରକୁ ଆସିଛି ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ।

ବର୍ତ୍ତମାନ ଉକ୍ତ ଫ୍ଲାଟକୁ ସମ୍ପୂର୍ଣ୍ଣ ଛାନବିନ କରାଯାଉଛି। କଣ ମାମଲା ରହିଛି ତାହା କୋର୍ଟ ଚାଲାଣ ପରେ ସମ୍ପୁର୍ଣ୍ଣ ଭାବେ ଜଣାପଡିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା।

Leave a Reply

Your email address will not be published. Required fields are marked *