Sat. Apr 18th, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ମିଳିବ ଘର। ୫୦ ହଜାର ଲୋକଙ୍କୁୁ ବଣ୍ଟାଯିବ ଅନ୍ତ୍ୟୋଦୟ ଘର। ସୂଚନା ଦେଲେ ପଞ୍ଚାୟତ ମନ୍ତ୍ରୀ ରବିନାରାୟଣ ନାୟକ। ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ।

ପୂର୍ବରୁ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କରାଯାଇଛି ଯୋଜନାରେ ସାମିଲ।ମନ୍ତ୍ରୀ କହିଛନ୍ତି, ‘ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ କରାଯାଇଛି। ନଭେମ୍ବରରେ ଦିଆଯିବ ପିଏମ୍‌ ଆବାସର କାର୍ଯ୍ୟାଦେଶ।’

ସେହିପରି ନୂଆ ପିଏମ୍‌ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ। ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ ଏବଂ କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *