Thu. Apr 16th, 2026

ନ୍ୟୁଜ ଡେକ୍ସ :ଇରାନ, ଇଜରାୟଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ବିଶ୍ୱ ଭରି ଇନ୍ଧନ ସଙ୍କଟ ରୂପେ ଦେଖାଦେଇଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମଧ୍ୟ ପଡ଼ିଛି। ଇନ୍ଧନ ଅଭାବ କାରଣରୁ ଏପ୍ରିଲ ୧୫ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ସମସ୍ତ ଉଡାଣ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଝାରସୁଗୁଡ଼ା ଠାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ସିଧାସଳଖ ବିମାନ ସେବା ଏବଂ ବେଙ୍ଗାଲୁରୁକୁ କନେକ୍ଟିଂ ଫ୍ଲାଇଟ ଯୋଗାଇ ଆସୁଥିବା ଷ୍ଟାର ଏୟାର ଏହି ସମୟସୀମାରେ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ ଷ୍ଟାର ଏୟାର ପକ୍ଷରୁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି।ଅନ୍ୟପଟେ, ବିମାନ ସେବା ବନ୍ଦ ହେବାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧାଉଣ୍ଡିଆ କହିଛନ୍ତି ଯେ, ଷ୍ଟାର ଏୟାରର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କିଭଳି ଭାବେ ଏହି ସେବାକୁ ଚାଲୁ ରଖାଯାଇପାରିବ ସେନେଇ ପ୍ରୟାସ ଜାରି ରହିବ।

Leave a Reply

Your email address will not be published. Required fields are marked *