Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଥିବାବେଳେ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ସିଲିଣ୍ଡର ମହଜୁଦ ରଖୁଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ଭିତ୍ତିକରି ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।ଏହି କାର୍ଯ୍ୟନୁଷ୍ଠାନ ଅନୁସାରେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୨୧୩୬ଟି ସ୍ଥାନରେ ଯାଞ୍ଚ କରାଯାଇଛି।

ଏଥିରେ ଗ୍ୟାସ ଏଜେନ୍ସି ସହିତ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଯାଞ୍ଚ ସମୟରେ ୪୬୯୧ଟି ସିଲିଣ୍ଡର ଜବତ କରାଯାଇଛି।ଏହାଛଡା ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ବିଭିନ୍ନ ଜିଲ୍ଲାପାଳଙ୍କ କୋର୍ଟରେ ୩୬୦ଟି ମାମଲା ରୁଜୁ କରାଯାଇଛି। ସେହିପରି ବିଭିନ୍ନ ଥାନାରେ ୩୧ଟି ଏଫଆଇଆର ମଧ୍ୟ ଦାଖଲ ହୋଇଛି। କଳାବଜାରୀ ଓ ବେଆଇନ ସିଲିଣ୍ଡର ମହଜୁଦ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗର ଅଧିକାରୀମାନେ ଟିମ ଗଠନ କରି ନିୟମିତ ଭାବେ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ଏହି ଟିମଗୁଡିକ ଦୈନିକ ଭାବେ ତଥ୍ୟ ପ୍ରଦାନ କରୁଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଯୋଗାଣ ଅଧିକାରୀମାନେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କଡା ନଜର ରଖୁଛନ୍ତି। ଏଲପିଜି ଯୋଗାଣକୁ ସୁଚାରୁ ରଖିବା ସହ ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *