ନ୍ୟୁଜ ଡେକ୍ସ : ଆସାମ, ମେଘାଳୟ ଓ ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳରେ ରବିବାର ରାତି ପ୍ରାୟ ୧୧.୦୬ ରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୁଟାନ ନିକଟରେ ୫.୭ ତୀବ୍ରତାର ଏହି ଭୂମିକମ୍ପ ଘଟିଥିବା ସୂଚନା ମିଳିଛି।ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର କିଛି ଅଂଶରୁ ପ୍ରାୟ ୨୫୨ କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି।
ଏହାର ପ୍ରଭାବରେ ଭୁଟାନ, ଉତ୍ତରପୂର୍ବ ଭାରତ, ବାଂଲାଦେଶ, ନେପାଳ ଏବଂ ଚୀନର କିଛି ଅଞ୍ଚଳରେ ମଧ୍ୟ ଝଟକା ଅନୁଭୂତ ହୋଇଛି।ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ। ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି।ସିକିମର ଗ୍ୟାଙ୍ଗଟକ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ଭୟରେ ଅନେକ ଲୋକ ଘରୁ ବାହାରି ଖୋଲା ସ୍ଥାନକୁ ଯାଇଥିଲେ।
ସିକିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି।ପଶ୍ଚିମବଙ୍ଗର ସିଲିଗୁଡ଼ି ସହର ସହିତ କୁଚବିହାର, ଜଳପାଇଗୁଡ଼ି ଏବଂ ଆଲିପୁରଦୁଆର ଜିଲ୍ଲାର ଅନେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ସୂଚନା ମିଳିଛି।

