ନ୍ୟୁଜ ଡେକ୍ସ : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଜୁଲାଇ ୧ ତାରିଖରେ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଚୟନ କମିଟି ଯୋଗ୍ୟତା ଆଧାରରେ ଦୁଇଜଣ ପ୍ରାର୍ଥୀଙ୍କ ନାମ ସମ୍ବଳିତ ଏକ ପ୍ୟାନେଲ୍ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ। ଏହାପରେ ସରକାର ସେହି ପ୍ୟାନେଲ୍ରୁ ଚୂଡ଼ାନ୍ତ ଭାବେ ଓଇଆରସିର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିବେ।ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ଜେନା ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେବା ପରେ ଗତ ମେ ୨୬ ତାରିଖରୁ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି।
ସେ ୨୦୨୫ ଏପ୍ରିଲ୍ ୮ରୁ ୨୦୨୬ ମେ ୨୫ ପର୍ଯ୍ୟନ୍ତ ଓଇଆରସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।ଅଧ୍ୟକ୍ଷ ପଦ ଖାଲି ଥିବାରୁ ଆୟୋଗର କାର୍ଯ୍ୟକଳାପକୁ ସୁଚାରୁ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ସରକାର ଏବେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଖୁବଶୀଘ୍ର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

