ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସ ପାଇଁ ଆଜି ଗର୍ବର ଦିନ। ରାଜ୍ୟ ପୋଲିସର ୧୭ ଜଣ ବିଶିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କୁ ଏବର୍ଷ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦ’ ୨୦୨୫ରେ ସମ୍ମାନିତ କରାଯାଇଛି। ରାଜ୍ୟ ପୋଲିସ ତାଙ୍କ ଅଧିକୃତ X (Twitter) ହ୍ୟାଣ୍ଡେଲରେ ଦୁଇଟି ଭିନ୍ନ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରକାଶ କରିଛି।
ଏହି ସମ୍ମାନଜନକ ପୁରସ୍କାର ପାଇଁ ବିଶେଷତଃ ଝାରସୁଗୁଡ଼ା ପୋଲିସ ଅଧିକ୍ଷକ (SP) ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ସ୍ୱତନ୍ତ୍ର ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନ କରାଯାଇଛି।ସେହିପରି, ଅତିରିକ୍ତ ପୋଲିସ ଅଧିକ୍ଷକ (Additional SP) ଅନିଲ କୁମାର ଦାସ, ଇନ୍ସପେକ୍ଟର ହିମାଂଶୁ ଭୂଷଣ ସ୍ୱାଇଁ ଏବଂ ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କୁ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଓ ଉତ୍କର୍ଷତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏସଆଇ ଦୀପକ କୁମାର ନାୟକ, ଏସଆଇ ମନୋଜ ଡୁଙ୍ଗଡଙ୍ଗ, ହାବିଲଦାର ମିନିକେତନ ଜୁଏଡ, ହାବିଲଦାର ରବୀନ୍ଦ୍ର ଓରାମ, କମାଣ୍ଡୋ ଭାରତ ସେନ, ପ୍ରଦିପ କୁମାର, ଧର୍ମେନ୍ଦ୍ର ଭୋଇ, ହିମାଲ ଶ୍ରୀକଥା, ଗୋବିନ୍ଦା କରକି, ରିତେଶ କୁମାର ନେଗି, ଚିତ୍ତରଂଜନ ଜାନକର, ତନୁଜା ଧାରୁଆ ଏବଂ ଉଦବା ନାୟକ।ପୋଲିସ ମହାନିର୍ଦ୍ଦେଶକ (DGP) ସମସ୍ତ ପଦକ ବିଜେତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ସେମାନଙ୍କ ସେବା, ସାଧୁତା ଓ କର୍ତ୍ତବ୍ୟପରାୟଣତାକୁ ପ୍ରଶଂସା କରିଛନ୍ତି।

