Thu. Apr 16th, 2026

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ହାଇକୋର୍ଟରୁ ଭାରି ଝଟ୍କା ଲାଗିଛି। ହାଇକୋର୍ଟ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଦେଇଛି। ସେହିପରି ତାଙ୍କ ସହଯୋଗୀ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି।

ସୂଚନା ଅନୁଯାୟୀ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗତ ମାର୍ଚ୍ଚ ୧୩ ତାରିଖରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ରହିଛି। ତଦନ୍ତ ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରି କୋର୍ଟରେ ଚାଲାଣ କରିଥିଲା।

ସେବେଠାରୁ ରାଜା ଚକ୍ର ଜେଲରେ ରହୁଛନ୍ତି। ହାଇକୋର୍ଟର ଆଜିର ଆଦେଶ ପରେ ସେ ଆଉ କିଛି ସମୟ ପର୍ଯ୍ୟନ୍ତ ଜେଲରେ ରହିବେ ବୋଲି ସ୍ପଷ୍ଟ ହୋଇଛି।ଏହି ମାମଲା ଓଡ଼ିଶାର ରାଜନୀତିକ ମଞ୍ଚରେ ଭାରି ଚର୍ଚ୍ଚାରେ ରହିଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମାଧ୍ୟମରେ ବିଶାଳ ଅର୍ଥ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଥିଲା।

Leave a Reply

Your email address will not be published. Required fields are marked *