Fri. Apr 17th, 2026

ନ୍ୟୁଜ ଡେକ୍ସ : କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର। ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଫେରିବାକୁ ଯାଉଛି ଆଇପିଏଲ୍‌ର କ୍ରେଜ୍। ଚଳିତ ଟାଟା ଆଇପିଏଲ୍ ୨୦୨୬ ସିଜନକୁ ଆହୁରି ରୋମାଞ୍ଚକର କରିବା ପାଇଁ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ‘ଫ୍ୟାନ୍ ପାର୍କ’ର ଆୟୋଜନ କରାଯାଉଛି।ଏନେଇ ବିସିସିଆଇ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

କିଟର ଦୂତୀ ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଠାରେ କ୍ରିକେଟ ପ୍ରେମୀମାନେ ମାଗଣାରେ ଷ୍ଟାଡିୟମ ଭଳି ଅନୁଭୂତି ଉପଭୋଗ କରିପାରିବେ।ଆଜି ଓ ଆସନ୍ତାକାଲି ବିକେଳ ୨ଟା ୩୦ ମିନିଟରୁ ଏହି ଫ୍ୟାନ୍ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇ ନାହିଁ, ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିବ।ଫ୍ୟାନ୍ ପାର୍କରେ ବିଶାଳ ସ୍କ୍ରିନରେ ଲାଇଭ୍ ମ୍ୟାଚ୍ ପ୍ରଦର୍ଶନ ସହିତ ମ୍ୟୁଜିକ୍, ଖାଦ୍ୟ ଷ୍ଟଲ୍ ଓ ବିଭିନ୍ନ ପ୍ରକାରର ଗେମ୍ ଜୋନ୍ ବ୍ୟବସ୍ଥା ରହିଛି, ଯାହା ଦର୍ଶକଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବ। ସେହିପରି ପ୍ରଶଂସକମାନେ ନିଜ ପ୍ରିୟ ଦଳ ଓ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଫେସ୍ ପେଣ୍ଟିଂ ଭଳି ସୁବିଧା ମଧ୍ୟ ଉପଭୋଗ କରିପାରିବେ।

ଟାଟା ପକ୍ଷରୁ ଏହା ୬ଷ୍ଠ ଥର ପାଇଁ କିଟରେ ଆୟୋଜିତ ହେଉଛି। ୨୦୧୭ ମସିହାରେ ପ୍ରଥମେ ଏହି କାର୍ଯ୍ୟକ୍ରମ କିଟ୍‌ରେ ଆରମ୍ଭ ହୋଇଥିଲା। କିଟର ଉତ୍କୃଷ୍ଟ କ୍ରୀଡା ଭିତ୍ତିଭୂମି ଓ ପର୍ଯ୍ୟାପ୍ତ ସୁବିଧାକୁ ଦୃଷ୍ଟିରେ ରଖି ବିସିସିଆଇ ଏଠାକୁ ଏକ ସ୍ଥାୟୀ ଭେନ୍ୟୁ ଭାବେ ପସନ୍ଦ କରୁଛି।ଏହି ଫ୍ୟାନ୍ ପାର୍କ ଆୟୋଜନ ମାଧ୍ୟମରେ ରାଜଧାନୀରେ ପୁଣିଥରେ ଆଇପିଏଲ୍ ଉତ୍ସାହ ଦେଖାଯିବା ସହ କ୍ରିକେଟ ପ୍ରେମୀମାନେ ଅନନ୍ୟ ଅନୁଭୂତି ଅନୁଭବ କରିବେ।

Leave a Reply

Your email address will not be published. Required fields are marked *