ନ୍ୟୁଜ ଡେକ୍ସ: ଢେଙ୍କାନାଳରେ ଏନକାଉଣ୍ଟର୍ । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁର ଠାରେ ଏନକାଉଣ୍ଟର କରିଛି ପୋଲିସ । ହୁଣ୍ଡର ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ହୁଣ୍ଡକୁ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ହତ୍ୟା ଯୋଜନା କରିଥିଲା ହୁଣ୍ଡ। ସୂଚନା ପାଇ ପୋଲିସ ତାକୁ ଗୋଡାଇଥିଲା। ପୋଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି।କାମାକ୍ଷାନଗରରେ ସକ୍ରିୟ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଏ ହେଉଛି ଏକ ମୁଖ୍ୟ ସଦସ୍ୟ।
ହୁଣ୍ଡ ନାଁରେ ହତ୍ୟା, ଡକାୟତି, ଲୁଟ୍ ଭଳି ଅନେକ ମାମଲା ରହିଛି। କୁଖ୍ୟାତ ଅପରାଧୀ ରାକେଶ ନାଥର ଏ ହେଉଛି ମୁଖ୍ୟ ସହଯୋଗୀ। ତେବେ ହୁଣ୍ଡର ସମସ୍ତ ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି ପୋଲିସ।
