Fri. Apr 17th, 2026

ନ୍ୟୁଜ ଡେକ୍ସ: ସ୍ତ୍ରୀକୁ ହତ୍ୟା କରି ବେଡ୍ ବକ୍ସରେ ଭର୍ତ୍ତି କରିଦେଲା ସ୍ଵାମୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ଵାମୀ ଫେରାର୍ ହୋଇଯାଇଛି।

ହତ୍ୟାର କାରଣ ଜଣାପଡ଼ି ନାହିଁ। ହତ୍ୟା ପରେ ଉକ୍ତ ବ୍ୟକ୍ତି ଜଣକ କୋଠରୀକୁ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକେ ପହଞ୍ଚିଥିଲେ।

ଘର ତାଲା ଭାଙ୍ଗି ଖୋଜାଖୋଜି କରିବା ପରେ ଖଟ ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହକୁ ସୋମବାର ପୋଲିସ ଜବତ କରି ମାମଲାର ତଦନ୍ତ ଜାରି କରିଛି ।

Leave a Reply

Your email address will not be published. Required fields are marked *