Sat. Feb 21st, 2026

ନ୍ୟୁଜ ଡେକ୍ସ : ସାଧାରଣତଃ ଲୋକେ ରାଗ ଯୁକ୍ତ ଖାଦ୍ୟକୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଭାବନ୍ତି। ଅଧିକ ଖାଇଲେ ପେଟ ଖରାପ, ଗ୍ୟାସ୍, ଆମ୍ଲତା ଓ ଅନ୍ୟାନ୍ୟ ସମସ୍ୟା ହେବା ସାଧାରଣ କଥା। କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, କଞ୍ଚା ଲଙ୍କା ଏକ ଏମିତି ରାଗ ଯୁକ୍ତ ଖାଦ୍ୟ, ଯାହା ସଠିକ୍ ମାତ୍ରାରେ ସେବନ କଲେ ସ୍ୱାସ୍ଥ୍ୟ ପାଇଁ ଅପାର ଲାଭ ଦେଇଥାଏ। କଞ୍ଚା ଲଙ୍କାରେ ଭିଟାମିନ A, B, C, ପୋଟାସିୟମ, ଆଇରନ, କପର, ପ୍ରୋଟିନ ଓ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ଥାଏ।

ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ଦେବା ସହ ରୋଗ ପ୍ରତିରୋଧ କ୍ଷମତାକୁ ବଢ଼ାଇଥାଏ।ଗବେଷଣାରେ ମଧ୍ୟ ଦେଖାଯାଇଛି ଯେ, କଞ୍ଚା ଲଙ୍କାରେ ଥିବା କ୍ୟାପ୍ସାଇସିନ୍ ଉପାଦାନ କ୍ୟାନ୍ସର ସେଲ୍‌ର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ। ଏହା ଶରୀରରେ ଥିବା ହାନିକାରକ କୋଷକୁ ନଷ୍ଟ କରି, ଇମ୍ୟୁନିଟି ବଢ଼ାଇ ଦେଇଥାଏ। ତେଣୁ ପ୍ରତିଦିନ ଗୋଟିଏ କଞ୍ଚା ଲଙ୍କା ସେବନ କଲେ କ୍ୟାନ୍ସର ଭଳି ଗୁରୁତର ରୋଗର ଝୁମକି କମିଥାଏ।କଞ୍ଚା ଲଙ୍କା ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ। ଏହା ରକ୍ତସଞ୍ଚାଳନକୁ ଭଲ କରେ ଏବଂ ହୃଦୟ ରୋଗର ସମ୍ଭାବନା କମାଇ ଦେଇଥାଏ। ଏହା ସହ ତ୍ୱଚାକୁ ଉଜ୍ଜ୍ୱଳ, ସତେଜ ଓ ଦାଗମୁକ୍ତ କରିବାରେ ସାହାଯ୍ୟ କରେ।ସେହିପରି, କଞ୍ଚା ଲଙ୍କା ଶରୀରରେ ଥିବା କୀଟାଣୁକୁ ନଷ୍ଟ କରି, ରକ୍ତକୁ ସଫା କରେ। ଏହା ଥଣ୍ଡା, ଜ୍ୱର ଓ ଇନଫେକ୍ସନ୍‌ରୁ ଶରୀରକୁ ସୁରକ୍ଷା ଦେଇଥାଏ।

ଏଥିରେ ଥିବା ଆଇରନ ରକ୍ତର ହିମୋଗ୍ଲୋବିନ ବଢ଼ାଇ, ରକ୍ତାଲ୍ପତା (Anemia) ରୋଗୀଙ୍କ ପାଇଁ ବିଶେଷ ଉପକାରୀ।ବିଶେଷଜ୍ଞମାନେ କହୁଛନ୍ତି, ଯଦି କଞ୍ଚା ଲଙ୍କା ଖାଇବାରେ ଆରମ୍ଭରେ କଷ୍ଟ ଲାଗେ, ତେବେ ଏହାକୁ ଖାଦ୍ୟ ସହିତ କିମ୍ବା ସାଲାଦରେ ମିଶାଇ ଖାଇପାରିବେ। କିଛି ଦିନ ପରେ ଶରୀର ଅଭ୍ୟାସରେ ପଡିଯିବ।ସାରକଥା, ପ୍ରତିଦିନ ଗୋଟିଏ କଞ୍ଚା ଲଙ୍କା ସେବନ କରିଲେ ଶରୀର ଶକ୍ତିଶାଳୀ ହେବ, ରୋଗ ପ୍ରତିରୋଧ କ୍ଷମତା ବଢ଼ିବ ଏବଂ ଅନେକ ରୋଗରୁ ରକ୍ଷା ମିଳିବ।

Leave a Reply

Your email address will not be published. Required fields are marked *